ଅତିକୁଶଳୀ କୋରାଇ କଟାଳୀମାନଙ୍କୁ ଗଛଟି କାଟିବାକୁ ୧୫ ସେକେଣ୍ଡ ଲାଗିଥାଏ, ଝାଡିବା ପାଇଁ ଅଧ ମିନିଟ୍ ଏବଂ ଆଉ କିଛି ମିନିଟ୍ ବିଡା ବାନ୍ଧିବା ପାଇଁ ଲାଗିଥାଏ। ଏହି ଘାସ ଜାତୀୟ ଗଛଟି ସେମାନଙ୍କଠାରୁ ଅଧିକ ଉଚ୍ଚ ଅଟେ ଏବଂ ପ୍ରତ୍ୟେକ ବିଡାର ଓଜନ ପାଖାପାଖି ପାଞ୍ଚ କିଲୋଗ୍ରାମ୍। ମହିଳାମାନେ ଅକ୍ଳେଶରେ ୧୨-୧୫ ବିଡା ନିଜ ମୁଣ୍ଡ ଉପରେ ଲଦି ଖରାରେ ପ୍ରାୟ ଅଧକିଲୋମିଟର ଚାଲି କରି ଯାଆନ୍ତି - କେବଳ ପ୍ରତି ବିଡାକୁ ୨ ଟଙ୍କା ହିସାବରେ ରୋଜଗାର କରିବାପାଇଁ।
ସଂଧ୍ୟା ସୁଦ୍ଧା, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅତିକମ୍ରେ ୧୫୦ ବିଡା ଲେଖାଏଁ କୋରାଇ ପ୍ରସ୍ତୁତ କରିଥାଆନ୍ତି, ଯାହାକି ତାମିଲନାଡୁର କରୁର ଜିଲ୍ଲାର ଉପକୂଳବର୍ତ୍ତି ଚାଷ ଜମିରେ ଅଧିକ ମାତ୍ରାରେ ହୋଇଥାଏ।
କାବେରୀ ନଦୀର କୂଳରେ ଥିବା କରୁର’ର ମନଭାସି ଗାଁର ଏକ ଛୋଟ ବସତି ନାଥମେଡୁରେ କୋରାଇ କାଟାଳିମାନେ-ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା-ଦିନକୁ ଆଠ ଘଣ୍ଟା କୌଣସି ବିରତି ବିନା କାମ କରନ୍ତି। ସେମାନେ ନଇଁକରି ଘଞ୍ଚ ଗଛର ପତ୍ରସମୂହକୁ କାଟିଥାଆନ୍ତି, ନିଜର ଖାଲିହାତରେ ଡେମ୍ପଗୁଡିକୁ ଝାଡି ବିଡା ବାନ୍ଧନ୍ତି, ଯାହାକୁ ସେମାନେ ସଂଗ୍ରହ କେନ୍ଦ୍ରରେ ନେଇ ରଖନ୍ତି। ଏହା କୌଶଳ ଓ ସାମର୍ଥ୍ୟ ଆବଶ୍ୟକ କରେ ଏବଂ ଏହା କଷ୍ଟକର କାର୍ଯ୍ୟ ଅଟେ।
ସେମାନେ କୁହନ୍ତି, ଯୁବତୀ ଅବସ୍ଥାରୁ ସେମାନଙ୍କ ମଧ୍ୟରୁ ଅନେକ କୋରାଇ କାଟି ଆସୁଛନ୍ତି। ୫୯ ବର୍ଷୀୟା ଏ.ସୌଭାଗ୍ୟମ କୁହନ୍ତି "ମୁଁ ଜନ୍ମ ହେବା ଦିନ ଠାରୁ,ଏହି କୋରାଇ ଜଙ୍ଗଲ[’ଜଙ୍ଗଲ’] ମୋ ଦୁନିଆ ପାଲଟି ଯାଇଛି। ମୁଁ ୧୦ ବର୍ଷ ବୟସରୁ କ୍ଷେତରେ କାମ କରିବା ଆରମ୍ଭ କରି, ଦିନକୁ ତିନି ଟଙ୍କା ରୋଜଗାର କରୁଥିଲି,"। ତାର ରୋଜଗାର ଏବେ ପାଞ୍ଚ ଜଣିଆ ପରିବାରକୁ ଆହାର ଯୋଗାଉଛି।
ସ୍କୁଲ ଯାଉଥିବା ଦୁଇ ପୁଅଙ୍କର ବିଧବା ମା ୩୩ ବର୍ଷୀୟା ଏମ୍.ମାଗେସ୍ୱରି ମନେପକାନ୍ତି ତାଙ୍କ ବାପା ତାଙ୍କୁ ଗାଈ ଜଗିବା ଏବଂ କୋରାଇ କାଟିବା ପାଇଁ ପଠାଉଥିଲେ। "ମୁଁ ଏମିତିକି ସ୍କୁଲରେ ପାଦବି ରଖିନି" ସେ କହନ୍ତି। ମା’ଙ୍କ ଚଲାପଥରେ ଯାଉଥିବା, ୩୯ ବର୍ଷୀୟା, ଆର.ସେଲଭି କୁହନ୍ତି, "ଏହି କ୍ଷେତଗୁଡିକ ମୋର ଦ୍ୱିତୀୟ ଘର।" ସେ କୁହନ୍ତି,"ସେ ମଧ୍ୟ ଜଣେ କୋରେଇ କଟାଳି ଥିଲେ। ମୁଁ ଏହି କାମ ମୋ ଜୀବନରେ ଅତି କମ୍ ବୟସରୁ ଆରମ୍ଭ କରିଦେଇଥିଲି।"
ତାମିଲନାଡୁର ପଛୁଆବର୍ଗ ଭାବରେ ତାଲିକାଭୁକ୍ତ ମୁଥାରୈୟାର ସଂପ୍ରଦାୟର ସମସ୍ତ ମହିଳା ତିରୁଚିରାପଲ୍ଲୀ ଜିଲ୍ଲାର ଅମୂରର ଅଟନ୍ତି। ନାଥମେଡୁଠାରୁ ୩୦ କିଲୋମିଟର ଦୂରରେ ଥିବା ମୁସିରି ତାଲୁକର ଗାଁଟି ମଧ୍ୟ କାବେରୀ ନଦୀ କୂଳରେ ଅବସ୍ଥିତ। କିନ୍ତୁ ଅମୂରରେ ଜଳର ବହୁତ ଅଭାବ, ଏହାର ମୁଖ୍ୟ କାରଣ ଏହି ସ୍ଥାନରେ ବାଲି ଉତ୍ତୋଳନ। "ଯେତେବେଳେ କେନାଲରେ [ନଦୀ] କିଛି ପାଣି ଥାଏ, ମୋ ଗାଁରେ କୋରାଇ ବଢିଥାଏ । ମାଗେସ୍ୱରି କୁହନ୍ତି, ନିକଟ ଅତୀତରେ ନଦୀରେ ପାଣି କମ୍ ଥିବା କାରଣରୁ, ଆମକୁ କାମପାଇଁ ଦୂର ସ୍ଥାନକୁ ଯିବାକୁ ପଡେ।"
ତେଣୁ ଅମୂର ଅଧିବାସୀମାନେ ପାଖ ଜିଲ୍ଲା କରୁରର ଜଳସେଚିତ କ୍ଷେତକୁ ଯାଆନ୍ତି। ଦିନକୁ ୩୦୦ ଟଙ୍କା ରୋଜଗାର କରିବାପାଇଁ ସେମାନେ ସେଠାକୁ ନିଜ ଖର୍ଚ୍ଚରେ ବସ୍ରେ, ବେଳେବେଳେ ଲରିରେ ଯାଆନ୍ତି। ୪୭ ବର୍ଷୀୟ ଭି.ଏମ. କନ୍ନନ ଯିଏକି ନିଜର ୪୨ ବର୍ଷୀୟା ସ୍ତ୍ରୀ କେ. ଅକ୍କନ୍ଦିଙ୍କ ସହିତ କୋରାଇ କାଟନ୍ତି, ସୂଚାଇ ଦିଅନ୍ତି: କାବେରୀ ଜଳ ଅନ୍ୟମାନଙ୍କ ପାଇଁ ଶୁଖିଯାଇଛି, ଯେତେବେଳେକି ସ୍ଥାନୀୟ ଅଧିବାସୀମାନଙ୍କୁ ଜଳ ପାଇଁ ସଂଘର୍ଷ କରିବାକୁ ପଡୁଛି।"
୪୭ ବର୍ଷୀୟ ଏ.ମରିୟାୟି, ଯିଏକି ୧୫ ବର୍ଷ ବୟସରୁ କୋରାଇ କାଟି ଆସୁଛନ୍ତି, କୁହନ୍ତି, ଆମ୍ଭେମାନେ ପୂର୍ବରୁ ପ୍ରତ୍ୟେକ ଦିନ ୧୦୦ ବିଡ଼ା ସଂଗ୍ରହ କରୁଥିଲୁ। ବର୍ତ୍ତମାନ ଆମେ ଅତି କମରେ ୧୫୦ ବିଡ଼ା ସଂଗ୍ରହ କରୁଛୁ ଏବଂ ୩୦୦ ଟଙ୍କା ରୋଜଗାର କରୁଛୁ। ପୂର୍ବରୁ ମଜୁରୀ ବହୁତ କମ୍ ଥିଲା, ବିଡ଼ା ପ୍ରତି ମାତ୍ର ୬୦ ପଇସା ଥିଲା।"
କନ୍ନନ, ଯିଏକି ୧୨ ବର୍ଷ ବୟସରୁ କୋରାଇ ଚାଷ କରି ଦିନକୁ ୮ ଟଙ୍କା ରୋଜଗାର କରନ୍ତି, ମନେପକେଇଲେ, "୧୯୮୩ ମସିହାରେ, ବିଡ଼ା ବାବଦରେ ମୂଲ୍ୟ ୧.୨୫ ପଇସା ଥିଲା"। ସେ କୁହନ୍ତି,ଏହା ମାତ୍ର ୧୦ ବର୍ଷ ତଳର କଥା, କଣ୍ଟ୍ରାକ୍ଟରକୁ ବହୁତ ଆପତ୍ତି କରିବା ପରେ, ବିଡା ପ୍ରତି ମୂଲ୍ୟ ୧ ଟଙ୍କାକୁ ବୃଦ୍ଧି କରାଗଲା, ଓ ପରେ ୨ ଟଙ୍କାକୁ ବୃଦ୍ଧି କରାଗଲା ।
ମଣି, କଣ୍ଟ୍ରାକ୍ଟର ଯିଏକି ୧-୧.୫ ଏକର କ୍ଷେତ ବ୍ୟବସାୟ ଉଦ୍ଦେଶ୍ୟରେ ଲିଜ୍ରେ ନେଇ ଅମୂରରୁ ଶ୍ରମିକ ଆଣି କୋରାଇ
ଚାଷ କରନ୍ତି। ସେ କୁହନ୍ତି, ଯେତେବେଳେ କ୍ଷେତରେ
ପାଣିର ସ୍ତର କମ୍ ଥାଏ,ଏକର ପ୍ରତି ମାସିକ ଭଡ଼ା ୧୨୦୦୦-୧୫୦୦୦ ରହିଥାଏ।
"ଯେତେବେଳେ ପାଣିର ସ୍ତର ଅଧିକ ଥାଏ ଏହା ୩-୪ ଗୁଣା ବଢିଯାଏ।" ସେ
କୁହନ୍ତି, ତାଙ୍କର ମାସକୁ ମାତ୍ର ୧୦୦୦-୫୦୦୦ ଟଙ୍କା ଲାଭ ହୋଇଥାଏ - ସମ୍ଭବତଃ ଏକ ପ୍ରାକ୍କଳନ।


ବାମ: ଭି.ଏମ. କନ୍ନନ(ବାମ) ଏବଂ ତାଙ୍କ ସ୍ତ୍ରୀ, କେ.ଅକ୍କନ୍ଦି (ଡାହାଣ, ବାଡେଇବା), କୋରାଇ କ୍ଷେତରେ ଏକାଠି କାମକରନ୍ତି । ଅମୂରର ଅଧିକାଂଶ କୋରାଇ କଟାଳି ମହିଳା ଅଟନ୍ତି
କୋରାଇ ଏକ ସାଇପରାସି ଜାତୀୟ ଘାସ ଅଟେ; ଏହା ପାଖାପାଖି ୬ ଫୁଟ ଉଚ୍ଚତା ଯାଏଁ ବଢିଥାଏ। କରୁର ଜିଲ୍ଲାରେ ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ମୁଶିରିରେ ଥିବା କୋରାଇ ମସିଣା ବୁଣା କାରଖାନା ପାଇଁ ଚାଷ କରାଯାଏ, ଯାହାକି ମସିଣା (ମସିଣା) ଓ ଅନ୍ୟାନ୍ୟ ବସ୍ତୁ ଉତ୍ପାଦନ ପାଇଁ ଲୋକପ୍ରିୟ ଅଟେ।
କ୍ଷେତରେ କାମକରୁଥିବା ଶ୍ରମିକମାନଙ୍କ ପାଇଁ ଶିଳ୍ପ ସଂସ୍ଥାଗୁଡିକ ଚାଲିଥାଏ। ଦିନକୁ ୩୦୦ ଟଙ୍କା ରୋଜଗାର କରିବା ମହିଳାମାନଙ୍କ ପାଇଁ ସହଜ ନଥିଲା, ଯେଉଁମାନେ ସକାଳ ୬ଟା ରୁ କାମ ଆରମ୍ଭ କରନ୍ତି, ନିଜ ଅଣ୍ଟା ବଙ୍କା କରି ନିପୁଣତାର ସହିତ ଉଚ୍ଚ ଗଛଗୁଡିକୁ ଦାଆ ସାହାଯ୍ୟରେ କାଟିଥାଆନ୍ତି। ବର୍ଷାଋତୁର କିଛି ଦିନକୁ ଛାଡିଦେଇ ସେମାନେ ବର୍ଷସାରା କାମକରନ୍ତି।
୪୪ ବର୍ଷୀୟା ଜୟନ୍ତି କୁହନ୍ତି, କାମଟିର ଚାହିଦା ଅଛି । ‘‘ମୁଁ ସବୁଦିନ ସକାଳ ଚାରିଟାରେ ଉଠେ, ପରିବାର ପାଇଁ ରୋଷେଇ କରି କ୍ଷେତକୁ ଯିବା ପାଇଁ ତରବର ହୋଇ ବସ୍ ଧରିବାକୁ ଯାଏ। ମୁଁ ଯାହା ଏଠି ରୋଜଗାର କରେ ତାହା ବସ୍ ଭଡା, ଖାଦ୍ୟ ଓ ଘର ଚଳାଇବାରେ ଖର୍ଚ୍ଚ ହୁଏ ।
ମାଗେଶ୍ୱରି ଯାହାର ସ୍ୱାମୀ ଚାରିବର୍ଷ ପୂର୍ବେ ହୃଦ୍ଘାତରେ ପ୍ରାଣତ୍ୟାଗ କରିଥିଲେ କୁହନ୍ତି "କିନ୍ତୁ ମୋ ପାଖରେ କ’ଣ ବିକଳ୍ପ ଅଛି? ଏହାହିଁ ଏକମାତ୍ର କାମ ଯାହା ମୋ ପାଇଁ ଉପଲବ୍ଧ ଅଛି। ସେ କୁହନ୍ତି,"ମୋର ଦୁଇଟି ପୁଅ ଅଛନ୍ତି, ଜଣେ ୯ ଶ୍ରେଣୀ ଓ ଅନ୍ୟଜଣେ ୮ ଶ୍ରେଣୀ ରେ ପଢନ୍ତି।
ପ୍ରାୟ ସମସ୍ତ ମହିଳା ନିଜ ଘରକୁ କୋରାଇ କାଟି ମିଳୁଥିବା ରୋଜଗାରରୁ ଚଳାନ୍ତି। ସେଲଭି ଯିଏକି ନିଜର ଚାରିଜଣିଆ ପରିବାର ଚଳାନ୍ତି କୁହନ୍ତି, "ଯଦି ମୁଁ ଦୁଇଦିନ ଏହି ଘାସ କାଟିବାକୁ ନଯାଏ, ତେବେ ଘରେ କିଛି ଖାଇବାକୁ ମିଳିବନାହିଁ।

ସାରାଦିନ ନଇଁବା ଓ ଘାସ କାଟିବା ଦ୍ୱାରା ଏମ୍. ଜୟନ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି । ସେ ତାଙ୍କ ରୋଜଗାର ଅଧିକାଂଶ ଭାଗ ମେଡିକାଲ ବିଲ୍ ଦେବାରେ ଖର୍ଚ୍ଚ କରନ୍ତି
ମରିୟାୟି କୁହନ୍ତି,"କିନ୍ତୁ ରୋଜଗାର ଯଥେଷ୍ଟ ନୁହେଁ। ମୋର ଜଣେ ସାନ ଝିଅ ନର୍ସ ହେବା ପାଇଁ ପଢୁଛି, ଏବଂ ମୋ ପୁଅ ୧୧ଶ୍ରେଣୀର ପଢୁଛି. ମୁଁ ଜାଣିପାରୁ ନାହିଁ ତାର ପାଠପଢା ଖର୍ଚ୍ଚ କେମିତି ତୁଲାଇବି। ମୋ ଝିଅର ଫି ଦେବା ପାଇଁ ମୁଁ ଋଣ କରିଅଛି।
ସୌଭାଗ୍ୟମ୍ କୁହନ୍ତି,"ଯେତେବେଳେ ସେମାନଙ୍କର ରୋଜଗାର ବଢି ଦିନକୁ ୩୦୦ଟଙ୍କା ହେଲା, ଏହା ସେମାନଙ୍କ ପାଇଁ ବହୁତକିଛି ନଥିଲା। ପୂର୍ବରୁ ଯେତେବେଳେ ଆମେ ୨୦୦ଟଙ୍କା ପାଉଥିଲୁ, ଆମ୍ଭେମାନେ ବହୁତ ପରିବା କିଣିପାରୁଥିଲୁ। କିନ୍ତୁ ଏବେ ୩୦୦ଟଙ୍କା ମଧ୍ୟ ଯଥେଷ୍ଟ ନୁହେଁ’’। ନିଜର ମା,ସ୍ୱାମୀ, ପୁଅ ଓ ବୋହୂକୁ ନେଇ ତାଙ୍କର ପାଞ୍ଚଜଣିଆ ପରିବାର। ‘‘ମୋର ରୋଜଗାର ହିଁ ସମସ୍ତଙ୍କୁ ଖାଦ୍ୟ ଯୋଗାଇଥାଏ।’’
ଅନେକ ପରିବାର ଏଠାରେ ମହିଳାମାନଙ୍କ ରୋଜଗାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି କାରଣ ପୁରୁଷମାନେ ମଦ୍ୟପାନରେ ବୁଡିରୁହନ୍ତି। ସୌଭାଗ୍ୟମ କୁହନ୍ତି "ମୋ ପୁଅ ଜଣେ ରାଜମିସ୍ତ୍ରୀ। ସେ ଭଲ ରୋଜଗାର କରେ, ଦିନକୁ ପ୍ରାୟ ୧୦୦୦ ଟଙ୍କା"। "କିନ୍ତୁ ସେ ନିଜ ସ୍ତ୍ରୀକୁ ପାଞ୍ଚପଇସା ବି ଦିଏ ନାହିଁ, ଏବଂ ସବୁ କିଛି ମଦପିଇବାରେ ଖର୍ଚ୍ଚ କରିଦିଏ। ଯେତେବେଳେ ତା ସ୍ତ୍ରୀ ତାକୁ କିଛି କୁହେ ,ସେ ତାକୁ ନିର୍ଦ୍ଦୟ ଭାବରେ ବାଡାଏ।" ମୋର ସ୍ୱାମୀ ଅଧିକ ବୟସ୍କ, ସେ କୌଣସି କାମ କରିବାକୁ ଅସମର୍ଥ।"
ଏହି କଷ୍ଟକର ଜୀବନ ମହିଳାମାନଙ୍କ ସ୍ୱାସ୍ଥ୍ୟଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଜୟନ୍ତି କୁହନ୍ତି "ମୁଁ ଛାତିରେ ଯନ୍ତ୍ରଣା ଅନୁଭବ କରେ, କାରଣ ମୁଁ ପୁରାଦିନ ନଇଁ ରହେ ଏବଂ କାଟିଥାଏ"। "ମୁଁ ପ୍ରତି ସପ୍ତାହର ଶେଷରେ ଚିକିତ୍ସାଳୟକୁ ଯାଏ, ଏବଂ ଏହାର ବିଲ୍ ୫୦୦ ରୁ ୧୦୦୦ ଟଙ୍କା ଆସିଥାଏ। ଯାହାସବୁ ମୁଁ ରୋଜଗାର କରୁଛି ମେଡିକାଲରେ ଗଲା ପରିକା ଲାଗୁଛି।"
ତୀବ୍ର ମାନସିକ ଯନ୍ତ୍ରଣାରେ ବ୍ୟଥିତ ମରିୟାୟି କହନ୍ତି, "ମୁଁ ଏହାକୁ ଆଉ ଅଧିକ ଦିନ କରିପାରିବି ନାହିଁ"। ସେ କୋରାଇ କାଟିବା ବନ୍ଦ କରିବାକୁ ଚାହୁଁଛନ୍ତି। "ମୋର କାନ୍ଧ, ପିଚା, ଛାତି, ବାହୁ ଏବଂ ଗୋଡରେ ଯନ୍ତ୍ରଣା ଅନୁଭବ କରୁଛି। ଗଛର ତୀକ୍ଷ୍ଣ ଧାର ଦ୍ୱାରା ମୋ ହାତ ଓ ପାଦରେ କ୍ଷତ ହେଇଯାଉଛି। ତୁମେ ଜାଣକି ଏହି ଖରାରେ ଏହା କେତେ ଅଶ୍ୱସ୍ତିକର?"

ତିରୁଚିରାପଲ୍ଲୀ ଜିଲ୍ଲା ର ମୁସିରି ତାଲୁକସ୍ଥିତ ଅମୂର ଅଞ୍ଚଳର ମହିଳାମାନେ କୋରାଇ ଅମଳ କରି ରୋଜଗାର କରିବାପାଇଁ ପଡୋଶୀ କରୁରକୁ ଯାଆନ୍ତି । ଘାସ ସଦୃଶ ଦେଖାଯାଉଥିବା ଏହି ଉଚ୍ଚ ତୃଣ ତାମିଲନାଡୁର କାବେରୀ ନଦୀ କୂଳରେ ଥିବା କ୍ଷେତଗୁଡିକରେ ବହୁଳମାତ୍ରାରେ ବଢିଥାଏ ।

ଏ. ମାରିୟାୟି ୩୦ବର୍ଷରୁ ଊ ର୍ଦ୍ଧ୍ୱ ସମୟ ଧରି କୋରାଇ କ୍ଷେତରେ କାମକରି ଆସୁଛନ୍ତି । ବର୍ତମାନ ନିଜ ଶରୀର ଯନ୍ତ୍ରଣା କାରଣରୁ ସେ ନଇଁବା ଓ ବୋଝ ଉଠାଇବା ବେଳେ କଷ୍ଟ ଅନୁଭବ କରୁଛନ୍ତି । କୋରାଇ କାଟି ରୋଜଗାର କରୁଥିବା ଟଙ୍କାରୁ ସେ ତାଙ୍କର ପାଞ୍ଚ ଝିଅ ଓ ପୁଅକୁ ପାଠ ପଢାଇବା ସଙ୍ଗେ ସଙ୍ଗେ ନିଜର ତିନି ବଡ ଝିଅଙ୍କ ବିବାହ କାର୍ଯ୍ୟ କରିଛନ୍ତି

ଏମ୍ ମାଗେ ଶ୍ୱ ରି, ଜଣେ ବିଧବା ଯାହାଙ୍କର ଦୁଇ ପୁଅ ଉଚ୍ଚ ବିଦ୍ୟାଳୟରେ ପଢନ୍ତି, କୁହନ୍ତି, ଜୀବନ ତାଙ୍କ ପାଇଁ ସର୍ବଦା କଷ୍ଟମୟ ରହିଆସିଛି । "ମୁଁ କେବେବି ସ୍କୁଲ୍ ଯାଇନାହିଁ । ମୁଁ ଏଥିପାଇଁ ଗଭୀର ଅନୁତାପ କରୁଛି । ଯଦି ମୁଁ ପାଠପଢି ଥାଆନ୍ତି, ତେବେ ମୁଁ ଏହା ସହ ଆଉ କିଛି କରି ପାରିଥାଆନ୍ତି । " ସେ ନିଜ ପିଲାବେଳୁ କୋରାଇ କାଟିଆସୁଛନ୍ତି

ଆର. ସେଲଭି ଡେମ୍ଫଗୁଡିକୁ ଦୋହଲାଇ ଓ ଝାଡି ଶୁଖିଲା ଅଂଶଗୁଡିକୁ ଅଲଗା କରିଥାଆନ୍ତି । ତାଙ୍କ ରୋଜଗାର ତାଙ୍କର ଚାରିଜଣିଆ ପରିବାରକୁ ଚଳାଏ । ଏପରିକି ମୁଁ ଯେତେବେଳେ ୩୦୦ଟଙ୍କା ରୋଜଗାର କରେ, ମୁଁ ଘର ଚଳାଇବାକୁ ମାତ୍ର ୧୦୦ଟଙ୍କା ପାଏ । ମୋ ସ୍ୱାମୀ ୨୦୦ଟଙ୍କା ମଦ ପିଇବାରେ ଖର୍ଚ୍ଚ କରିଦିଅନ୍ତି । ସେ କୁହନ୍ତି, "ଯଦି ଆମ ଘରେ ପୁରୁଷ ଲୋକମାନେ କେବଳ ମଦ ନ ପିଅନ୍ତେ, ଆମ ଜୀବନ ଏହାଠାରୁ ଆଉ ଟିକିଏ ଭଲ ହୁଅନ୍ତା"

ମାଗେସ୍ୱେରି(ବାମ) ଆର. କବିତାଙ୍କୁ ଆଖିରୁ ଧୂଳି କାଢିବାରେ ସହା ଯ୍ୟ କରୁଛନ୍ତି, ଯେତେବେଳେ କି ଏସ. ରାଣି (ଡାହାଣ) ଗୋଟେ ତ ଉଲିଆ ସାହା ଯ୍ୟ ରେ ତାଙ୍କ ଦେହରୁ ଧୂଳି ଝାଡିବାକୁ ଚେଷ୍ଟା କରୁଛନ୍ତି । ଯେତେବେଳେ ସେମାନେ କାଣ୍ଡଗୁଡିକୁ ବାଡାନ୍ତି ସେଥିରୁ ବାହାରୁଥିବା ଧୂଳି କାରଣରୁ ମହିଳାମାନେ ଆଖିରେ ଅବିରତ ଯନ୍ତ୍ରଣା ଅନୁଭବ କରନ୍ତି

ଶ୍ରମିକମାନଙ୍କର ଆଠଘଣ୍ଟିଆ କାର୍ଯ୍ୟ ସୂଚୀ ଯାହାକି ସକାଳ ୬ରେ ଆରମ୍ଭ ହୁଏ ସେଥିରେ ମାତ୍ର ୧୦ ମିନିଟର ଛୋଟିଆ ବିରତି ଥାଏ। ବସିବା ପାଇଁ ସେଠାରେ କୌଣସି ଛାଇ ସ୍ଥାନ ନଥିବାରୁ, ସେମାନେ ଖରାରେ ଏକତ୍ର ହୋଇ ଚା ପିଅନ୍ତି

ଏମ୍. ନିର୍ମଳା କଟାଯାଇଥିବା ଗୋଟିଏ କୋରାଇ ବିଡାକୁ ଝାଡିବା ଓ ବାଡାଇବା ଆରମ୍ଭ କରନ୍ତି। ତିରୁଚିରାପଲ୍ଲୀ ଜିଲ୍ଲାର ମୁସିରିରେ ଥିବା ଏକ କୋରାଇ ମସିଣା ବୁଣା କରଖାନାକୁ ଏହି ବିଡାଗୁଡିକ ପଠାଯାଏ

କବିତା ନିଜର ସମସ୍ତ ବଳ ପ୍ରୟୋଗ କରି ବି ଡ଼ା କୁ ବା ଡ଼ା ଏ । ଡେମ୍ପଗୁଡିକରୁ ଶୁଖିଲା ଅଂଶ କାଢିବା ପାଇଁ କଠିନ ପରିଶ୍ରମ ସହିତ କୌଶଳର ଆବଶ୍ୟକତା ରହିଛି ।

ସବୁବେଳେ ହସୁଥିବା ଓ ମଜା କରୁଥିବା, କବିତା କାମ କରିବା ସମୟରେ ମଧ୍ୟ ସମସ୍ତଙ୍କୁ ହସାଏ । ସେ ବିବାହ କରିବା ପରେ ସେ କୋରାଇ ଅମଳ କରିବା ଆରମ୍ଭ କଲା

ବାମରୁ ଡାହାଣ: ଏସ. ମେଘଲା, ଆର୍. କବିତା, ଏମ. ଜୟନ୍ତି ଓ କେ. ଅକ୍କାଣ୍ଡି ବିନା ବିରତିରେ ଉତ୍ତପ୍ତ ଖରାରେ କାମ କରନ୍ତି। ଗ୍ରୀଷ୍ମମାସଗୁଡିକରେ, ଖରା ଦାଉରୁ ରକ୍ଷା ପାଇବା ପାଇଁ ନିଜ ଉପରେ ପାଣି ଢାଳି ଓ କାମ କରି ଚାଲନ୍ତି

ମେଘଲାର ସ୍ୱାମୀ ଶଯ୍ୟାଶାୟୀ, ତେଣୁ ସେ ନିଜର ଭରଣପୋଷଣ ପାଇଁ କୋରାଇ ଅମଳ କରିବା ଆରମ୍ଭ କଲା

ଏ. କାମାଚିଙ୍କ ସ୍ୱାମୀ ୨୦ ବର୍ଷ ପୂର୍ବରୁ ଏବଂ ତାଙ୍କର ପୁଅ ୨୦୧୮ରେ ମୃତ୍ୟୁବରଣ କରିଛନ୍ତି । ୬୬ବର୍ଷରେ ସେ ଏକାକୀ ରହୁଛନ୍ତି ଓ କୋରାଇ କ୍ଷେତରେ କାମକରି ନିଜର ପରିବାର ଚଳାଉଛନ୍ତି ।

ଶ୍ରମିକମାନେ ବି ଡ଼ା ଗୁ ଡ଼ି କୁ ମାଟିରେ ଜୋରରେ ବା ଡ଼ା ଇ ସମାନ କରିଥାନ୍ତି । ଠିକାଦାର ଡେମ୍ପଗୁଡିକର ଅଗ୍ରଭାଗ କାଟି ସେଗୁ ଡ଼ି କୁ ସମାନ ଉଚ୍ଚତାର କରନ୍ତି ।

ଏ.ବସନ୍ତା ନିଜ ମୁଣ୍ଡ ଉପରେ ଏକ ବି ଡ଼ା ର ଭାରସାମ୍ୟ ରକ୍ଷା କରି ଅତି ଦକ୍ଷତାର ସହ ଆଉ ଏକ ବି ଡ଼ା କୁ ନିଜ ଗୋ ଡ଼ ଓ ଗୋ ଡ଼ ଆଙ୍ଗୁଠି ସାହାଯ୍ୟରେ ଉପରକୁ ଉଠାନ୍ତି । ସେ କୌଣସି ସାହାଯ୍ୟ ବିନା ପ୍ରଥମେ ଏହାକୁ ନିଜ ଅଣ୍ଟା ଉପରକୁ ଓ ତା ’ ପରେ ମୁଣ୍ଡ ଉପରକୁ ଉଠାଏ । ପ୍ରତି ବି ଡ଼ା ର ଓଜନ ପ୍ରାୟ ପାଞ୍ଚ କିଲୋଗ୍ରାମ

ମହିଳାମାନେ ଏକାଥରକେ ନିଜ ମୁଣ୍ଡ ଉପରେ ୧୦-୧୨ ବିଡ଼ାର ଭାରସାମ୍ୟ ରକ୍ଷା କରନ୍ତି। ସଂଗ୍ରହକେନ୍ଦ୍ରରେ ବିଡ଼ାଗୁଡ଼ିକୁ ଦେବା ପାଇଁ ସେମାନଙ୍କୁ ଉତ୍ତପ୍ତ ଖରାରେ ଅଧ କିଲୋମିଟର ଚାଲିବାକୁ ପଡ଼େ। ମାଗେଶ୍ୱରି କୁହନ୍ତି, "ମୁଁ ଏଠାରେ କାମ କରିବାକୁ ନିରାପଦ ମନେକରେ କାରଣ ଏଠାରେ ଏନେକ କାମ କରୁଥିବା ମହିଳା ପରିଚିତ ଅଟନ୍ତି"

ମରିୟାୟି ଏକ ବଡ ବୋଝ ମୁଣ୍ଡାଇଛନ୍ତି । "ସକାଳୁ ଉଠିବା, ଶୀ ଘ୍ର ଆସିବା [କ୍ଷେତକୁ], ଦିନସାରା କାମ କରିବା, ତରବରରେ ଫେରିବା-ମୁଁ ବିଶ୍ରାମ ପାଏ ନାହିଁ । ମୁଁ ଅସୁସ୍ଥ ଥିଲା ବେଳେ ମଧ୍ୟ ଘରେ ଶୋଇପାରେ ନାହିଁ । ମୁଁ ଏଠାକୁ ଆସେ ଓ କାମ ମଝିରେ ବିଶ୍ରାମ ନିଏ"

ବିଡ଼ାଗୁଡ଼ିକ ସଂଗ୍ରହ କେନ୍ଦ୍ରକୁ ଆଣିଲା ପରେ ସେଠାରୁ ଲରିରେ ଲଦା ହୋଇ ପ୍ରୋସେସିଂ ପାଇଁ ନିଆଯାଏ

ଶ୍ରମିକମାନେ ସେମାନଙ୍କର ଦିନକର କାମ ସାରି, ଶେଷରେ ଅପରାହ୍ନ ୨ଟାରେ ମଧ୍ୟାହ୍ନ ଭୋଜନ କରିଥାଆନ୍ତି। ବସନ୍ତା କୁହନ୍ତି, "ଯେତେବେଳେ ଆମେ ନିକଟରେ କାମ ପାଉ, ଆମ୍ଭେମାନେ ଘରକୁ ଦିନ ଗୋଟାଏ ସୁଦ୍ଧା ଫେରିଆସୁ। ନହେଲେ, ଆମ୍ଭେମାନେ ବିଳମ୍ବିତ ସଂଧ୍ୟା କିମ୍ବା ରାତିରେ ଘରକୁ ଫେରୁ"
ଅପର୍ଣ୍ଣା କାର୍ତ୍ତିକେୟନଙ୍କ ଦ୍ୱାରା ପାଠ୍ୟ ପ୍ରଦାନ।
ଅନୁବାଦ: ଓଡ଼ିଶାଲାଇଭ୍