କେରଳରେ ଅଲାପ୍ପୁଝା ଜିଲ୍ଲାର କାର୍ତ୍ତିକାପଲ୍ଲୀ ଓ ଅନ୍ୟ ଗାଁରେ ପିଲାମାନେ ପ୍ରତିବର୍ଷ ଏକାଠି ହୋଇ ଅଶ୍ୱଥୀ ମନ୍ଦିର ପର୍ବ ବେଳେ କୁଟ୍ଟିକ୍କୁଥିରା ରଥ ନିର୍ମାଣ କରିଥାନ୍ତି। କେରଳ ଉପକୂଳ ଅଞ୍ଚଳବାସୀ ପ୍ରତି ବର୍ଷ ନିଜେ ଅର୍ଥ ସଂଗ୍ରହ କରି ବଡ଼ ଓ ସାନ ରଥ ନିର୍ମାଣ କରିଥାନ୍ତି। ଏଥିପାଇଁ ସେମାନେ ଅନ୍ୟ ରାଜ୍ୟର ବି ସହାୟତା ଲୋଡ଼ି ନଥାନ୍ତି। ଫେବ୍ରୁଆରୀ- ମାର୍ଚ୍ଚ ମାସ ମଧ୍ୟରେ ଶତାଧିକ ଗ୍ରାମବାସୀ ଗାଁ ରାସ୍ତା କଡ଼ରେ ଏସବୁ ରଥ ତିଆରି କରିଥାନ୍ତି।


ଗାଁର ପିଲା ଓ ଯୁବକମାନେ ସମସ୍ତ ଉପକୂଳବର୍ତ୍ତୀ ସମ୍ପ୍ରଦାୟ ସହ ମିଶି ବେଶ୍ ଉତ୍ସାହର ସହ କୁଥିରାକେଟ୍ଟୁ (ପାରମ୍ପରିକ ରଥ ଶୋଭାଯାତ୍ରା) ରେ ସହଯୋଗ କରିଥାନ୍ତି। ଏହି ଚଳଚ୍ଚିତ୍ର ଅଲାପ୍ପୁଝା ଜିଲ୍ଲାର କାର୍ତ୍ତିକାପଲ୍ଲୀ ଗାଁର ରଥ ଓ ଏହାର ନିର୍ମାତାଙ୍କ ଉପରେ ପର୍ଯ୍ୟବେସିତ।
ଅନୁବାଦ: ଓଡ଼ିଶାଲାଇଭ୍