ପ୍ରତିଦିନ ସକାଳେ ବିଭିନ୍ନ ଗାଁରୁ ବିଶେଷ କରି ଆଦିବାସୀ ଓ ଦଳିତ ସଂପ୍ରଦାୟର ଲୋକମାନେ ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଥିବା ମାଣିକପୁର ରେଲୱେ ଜଙ୍କସନକୁ ଆସିଥାନ୍ତି । ସେମାନେ ସେୟାର ଜିପ୍ ଏବଂ ଅଟୋରିକ୍ସା ବା ବାଇସାଇକେଲ ମାଧ୍ୟମରେ ୧୦୦ କିମି ପରିସୀମା ମଧ୍ୟରେ ଥିବା ଗାଁରୁ ଆସିଥାନ୍ତି । ସାଙ୍ଗରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମାରେ ଥିବା ପାଠା ଜଙ୍ଗଲରୁ ଶହ ଶହ ବିଡ଼ା ଜାଳେଣୀକାଠ ଆଣିଥାନ୍ତି । ପ୍ରତ୍ୟେକ ବିଡ଼ାର ଓଜନ ୨୦-୫୦ କିଲୋ ମଧ୍ୟରେ ହେବ ।
ସେହି ସବୁ ପରିବାର ପାଇଁ ଜାଳେଣୀ କାଠକୁ ନିକଟସ୍ଥ ବଜାରରେ ବିକ୍ରି କରିବା ଏକ ଧାର୍ଯ୍ୟ ଆୟର ସ୍ରୋତ । ଯଦିଓ ବୃକ୍ଷ ସଂରକ୍ଷଣ ସଂପର୍କିତ ଆଇନ ଗଛ କଟାଯିବାକୁ ବିରୋଧ କରେ, କିନ୍ତୁ ସ୍ଥାନୀୟ ସଂପ୍ରଦାୟର ଲୋକମାନେ ଯେଉଁମାନେ ଜାଳେଣୀକାଠ ବିକ୍ରି କରିବା ଉପରେ ନିର୍ଭର କରନ୍ତି ସେମାନଙ୍କ ନିକଟରେ ଖୁବ୍ କମ୍ ବା ଚାଷପୋଯୋଗୀ ଜମି ନାହିଁ । ସେମାନଙ୍କର ଏକମାତ୍ର ନିୟମିତ ରୋଜଗାରର ଉତ୍ସ ହେଲା ନିକଟବର୍ତ୍ତୀ ସହରରେ ନିର୍ମାଣ ସ୍ଥାନମାନଙ୍କରେ ଦିନ ମଜୁରୀ କରିବା ।
ସେମାନେ ଜାଳେଣୀ କାଠର ବିଡ଼ା ମୁଖ୍ୟତଃ କେନ୍ଦୁ ଓ ପଳାଶଗଛର କାଠକୁ ମାଣିକପୁର, କାରୱି(ମାଣିକପୁରରୁ ୩୦ କିମି ଦୂର) କିମ୍ବା ପ୍ରାୟ ୮୦ କିମି ଦୂର ଶଙ୍କରଗଡ଼ରୁ ପାସେଞ୍ଜର ଟ୍ରେନ୍ ମାଧ୍ୟମରେ ଆହ୍ଲାବାଦ ରୁଟ୍ରେ ପଡୁଥିବା ବିଭିନ୍ନ ସହରକୁ ନେଇଥାନ୍ତି ।
ଦିନ ଶେଷରେ ସେମାନେ ୧୫୦-୩୦୦ ଟଙ୍କା ମଧ୍ୟରେ ରୋଜଗାର କରିଥାନ୍ତି । ଜାଳେଣୀ କାଠ କେତେ ଶୁଖିଲା, ତାର ଗୁଣବତ୍ତା କିପରି ଏବଂ ସେହି ଋତୁରେ ଜାଳେଣୀକାଠର ଚାହିଦା ଉପରେ ସେମାନଙ୍କର ଏହି ରୋଜଗାର ନିର୍ଭର କରିଥାଏ ।

କଟାଯାଇଥିବା ଜାଳେଣୀ କାଠ ଯାହାକୁ କି ପରବର୍ତ୍ତୀ ସମୟରେ ମାଣିକପୁର ରେଲୱେ ଜଙ୍କସନ୍ ଏବଂ ଅନ୍ୟ ଷ୍ଟେସନ୍ କୁ ନିଆଯିବ ଓ ସେଠାରୁ ଟ୍ରେନ୍ ରୁଟ୍ରେ ପଡୁଥିବା ବିଭିନ୍ନ ସହରର ବଜାରକୁ ଯିବ

ପ୍ରତିଦିନର ଜାଳେଣୀକାଠର ବୋଝ ମୁଣ୍ଡାଇ ମହିଳାମାନେ ଏକ ଡ୍ୟାମର ସ୍ଲୁଇସ୍ ଗେଟ୍ ଅତିକ୍ରମ କରୁଛନ୍ତି

ନିକଟବର୍ତ୍ତୀ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ ପରେ ମନ୍ଦାକିନୀ ନଦୀର ଏକ ଉପ ନଦୀ ଅତିକ୍ରମ

ନଦୀ , ରାସ୍ତା ଓ ଟ୍ରେନ୍ରେ ଜାଳେଣୀକାଠର ଭାରୀ ବୋଝ ମୁଣ୍ଡାଇବା

ଶଙ୍କରଗଡ଼ ଷ୍ଟେସନ୍ର ଟ୍ରେନ ରେ ଜାଳେଣୀକାଠ ଲଦିବାକୁ ଅପେକ୍ଷା

ଟ୍ରେନ୍ ଚିତ୍ରକୂଟ ଧାମ ସହର(କାରୱି) ପାଖାପାଖି ଯେଉଁଠାରେ କିଛି ଲୋକ କାଠ ବିକ୍ରି କରିବାକୁ ଓହ୍ଲାଇବେ

ଜଶରାରେ ଟ୍ରେନ ରେ ଅଟକିବା ପରେ ଜାଳେଣୀ କାଠର ବିଶାଳକାୟ ବିଡ଼ାକୁ ଗୋଟିଏ ପରେ ଗୋଟିଏ ଓହ୍ଲାଯାଉଛି

ପ୍ରତିଦିନ ଜୀବନଧାରଣ ପାଇଁ କରୁଥିବା ସଂଘର୍ଷ ପରେ ଥକ୍କା ହୋଇ ଫେରୁଛନ୍ତି । ଜାଳେଣୀକାଠ ବିକ୍ରି କଲେ କାଠର ଗୁଣବତ୍ତା, ପାଣିପାଗ ଓ ଚାହିଦା ଉପରେ ନିର୍ଭର କରି ଦିନକୁ ୧୦୦-୩୦୦ ଟଙ୍କା ମିଳେ ।
ଏହି ଆଲେଖ୍ୟରେ କୌଣସି ନାମ ବ୍ୟବହାର କରାଯାଇନାହିଁ କାରଣ ଜାଳେଣିକାଠ ବିକାଳୀମାନେ ସେମାନଙ୍କର ନାମ ପ୍ରକାଶ କରିବାକୁ ଅନିଚ୍ଛୁକ ।
ଅନୁବାଦ: ଓଡ଼ିଶାଲାଇଭ୍