ପ୍ରାୟ ପ୍ରତିବର୍ଷ ଯେତେଦୂର ସମ୍ଭବ ଜଣେ ସ୍ମରଣ କରିପାରିବ , ପଶ୍ଚିମବଙ୍ଗର ହାଉଡାରେ ମକର୍ଦାହ ଗାଁର ପୁରବନ୍ନପାରା ସମ୍ପ୍ରଦାୟ ଏକ ଉଜ୍ୱଳ, ବୃହତ୍ତମ ଏବଂ ଦୀର୍ଘସ୍ଥାୟୀ ଟ୍ୟୁବ୍ରି ତିଆରି ପ୍ରତିଯୋଗିତା ଆୟୋଜନ କରେ । ଟ୍ୟୁବ୍ରି ଏକପ୍ରକାର ଆତସବାଜି ଯାହା ସାଧାରଣତଃ ଖ୍ରୀଷ୍ଟମାସ ଗଛ ପରି ଦେଖାଯାଏ ଏବଂ ଏହାକୁ ରୋମାନ ମହମବତୀ କୁହାଯାଇପାରେ କିନ୍ତୁ ପାଶ୍ଚାତ୍ୟ ଜଗତରେ ଏହାର କୌଣସି ଯଥାର୍ଥ ସମକକ୍ଷତା ନାହିଁ । ବଙ୍ଗଳା ପ୍ରଦେଶରେ, ଉକ୍ତ ଗାଁର ପୁରୁଷମାନେ ଯେଉଁମାନେ କି ଏହି ଶିଳ୍ପକଳାରେ ନିପୁଣ, ସେମାନେ ନିଜର ଭଣଜା, ପୁତୁରା ଆଦି ସମ୍ପର୍କୀୟ ତଥା ବାଳକମାନଙ୍କୁ କାଳୀ ପୂଜା ସମୟରେ ଅର୍ଥାତ ସେଠିକାର ସ୍ଥାନୀୟ ଦୀପାବଳୀ ସଂସ୍କରଣରେ ଟ୍ୟୁବ୍ରି ତିଆରି ସହିତ ଅନ୍ୟାନ୍ୟ ଆତସବାଜି ତିଆରି କରିବା ଶିଖାଇଛନ୍ତି । ଆଲୋକର ପର୍ବ ଦୀପାବଳୀର ବିସ୍ତାର ସୂଚକ ଏହି ପ୍ରତିଯୋଗିତା ସାଧାରଣତଃ ଦୀପାବଳୀର ଏକ କିମ୍ବା ଦୁଇ ସପ୍ତାହ ପରେ ଅନୁଷ୍ଠିତ ହୋଇଥାଏ ।
ସାନ୍ଧ୍ୟ ଗୋଧୂଳି ସମୟରେ ପୁରବନ୍ନାପାରାର କେନ୍ଦ୍ରୀୟ ପ୍ରାଙ୍ଗଣ, ଯେଉଁଠାରେ କି ସମସ୍ତ ପର୍ବ ଅନୁଷ୍ଠିତ ହୁଏ । ସେଠାରେ ପରସ୍ପର ସହିତ ବନ୍ଧା ହୋଇଥିବା ଦୁଇଟି ବାଉଁଶ ଖମ୍ଭ ସଳଖ ଭାବରେ ପ୍ରସ୍ତୁତ ହୋଇଥାଏ । ପ୍ରତିସ୍ପର୍ଦ୍ଧିତ ଟ୍ୟୁବ୍ରିର ଉଚ୍ଚତା ମାପିବା ପାଇଁ ଏକକ ଖମ୍ବ ପରିମାଣ ସୂଚକ ରୂପେ ସେବା ପ୍ରଦାନ କରିଥାଏ ଯାହାକି ୭୦ ଫୁଟ ପର୍ଯ୍ୟନ୍ତ ପହଞ୍ଚିପାରେ ।

ଅନ୍ଧକାର ବଢିବା ସହିତ ଦର୍ଶକଙ୍କର ସଂଖ୍ୟା ବୃଦ୍ଧି, ପ୍ରତ୍ୟେକ ଝରକାର କୋଣ ଏବଂ ପ୍ରତ୍ୟେକ ପ୍ରାଚୀରର ଶିଖର କଥା କହୁଛନ୍ତି

ଉତ୍ସବର ପ୍ରାରମ୍ଭ ଏକ ଫ୍ୟାନସି ଡ୍ରେସ ପ୍ରତିଯୋଗିତା - "ତୁମକୁ ଯେପରି ପସନ୍ଦ ସେପରି କର" ରୁ ଆରମ୍ଭ ହୁଏ, ଯାହାକି ଯୁବାବସ୍ଥା, ହୃଦୟର ଯୌବନତ୍ଵକୁ ବୁଝାଏ

ଏହି ସମୟରେ ଦକ୍ଷିଣ ବଙ୍ଗଳାର ଭିନ୍ନ ଏକ ଗ୍ରାମରୁ ଆସିଥିବା ଦୁଇ ଜଣଙ୍କ ସମେତ ଟ୍ୟୁବ୍ରି ପ୍ରସ୍ତୁତକାରୀ ଦଳ ବିଭିନ୍ନ ଗ୍ରାମମାନଙ୍କର କୋଣ ଅନୁକୋଣରୁ ପହଞ୍ଚି ପ୍ରତିଯୋଗିତାର ପ୍ରବେଶ ପାଇଁ ଏକତ୍ରିତ ହେଉଛନ୍ତି । ଏକ ଟ୍ୟୁବ୍ରିର ପ୍ରସ୍ତୁତି ପାଇଁ ଚୂର୍ଣ୍ଣ ହୋଇଥିବା ଯବକ୍ଷାର, ଗନ୍ଧକ ଏବଂ ଅଙ୍ଗାରକ ସହିତ ଲୌହର ମିଶ୍ରଣକୁ ଏକ ପୋଡାଯାଇଥିବା ମାଟି ବା ଟେରାକୋଟାରେ ନିର୍ମିତ ଗୋଲାକାର ଆବରଣ ଭିତରେ ଦୃଢ ଭାବରେ ଭରା ଯାଇଥାଏ। ଆବରଣର ଉପରି ଭାଗରେ ଥିବା ଏକ ଲଘୁ ଛିଦ୍ର ବାରୂଦକୁ ଆଲୋକିତ କରିବାକୁ ସାହାଯ୍ୟ କରିଥାଏ । ସାମଗ୍ରୀର ଦାନାଦାରତା ଏବଂ ପରିମାଣତାକୁ ନେଇ ପ୍ରତ୍ୟେକ ଦଳର ନିଜସ୍ୱ ଗୋପନୀୟ ସୂତ୍ର ରହିଛି ଯାହାକୁ ସର୍ବାଧିକ ପ୍ରଭାବଶାଳୀ କରିବାକୁ ପେଷଣ ଏବଂ ସତେଜ ମିଶ୍ରଣ କରିବାକୁ ପଡିବ।
ଯେହେତୁ ଅଧିକ ଆକର୍ଷଣୀୟ ମେଟାଲ ଷ୍ଟାର୍ଭିଂଗୁଡିକ ସ୍ଥାନୀୟ କାରଖାନାମାନଙ୍କରେ ମିଳୁଛି ତେଣୁ ଆତସବାଜି ନିର୍ମାତାମାନେ ମଧ୍ୟ ସେଗୁଡିକ ପରୀକ୍ଷଣ କରିଥାନ୍ତି। ଜଣାପଡେ ଯେ, ଗୋଟିଏ ଦଳ ଡଷ୍ଟକୁ ଏକତ୍ର କରିଥାନ୍ତି। (ଉଦାହରଣ ସ୍ୱରୂପ, ଲୌହକଣିକା ପରିବର୍ତ୍ତେ ଆଲୁମିନିୟମ ଷ୍ଟାର୍ଭିଂର ବ୍ୟବହାର ହୁଏ ଯାହାକି ଉତ୍ତପ୍ତ ଲୌହ ହଳଦିଆ ଅଗ୍ନିଶିଖା ପରି ଦେଖାଯାଏ। ଉତ୍ତପ୍ତ ଆଲୁମିନିୟମ ଷ୍ଟାର୍ଭିଂଗୁଡିକ ଧବଳ ଦୀପ୍ତିମାନ ଦେଖାଯାଏ ଯାହା ଖୁବ ଆକର୍ଷଣୀୟ ହୋଇଥାଏ କିନ୍ତୁ ଆଲୁମିନିୟମ ଟ୍ୟୁବ୍ରିର ଉଚ୍ଚତା ଏବଂ ଜୀବନକାଳକୁ କମାଇ ଦିଏ)।
ସମସ୍ତ ଦଳର ସଦସ୍ୟମାନେ ଜଣେ ବୟସ୍କ କୁମ୍ଭାରଠାରୁ ମାଟିରେ ନିର୍ମିତ ଖୋଳ ବା ଆବରଣ କିଣୁଥିବାର ଦେଖାଯାଉଛି ଯାହା ଅତ୍ୟଧିକ ଗରମ ଏବଂ ଚାପ ସମ୍ଭାଳିପାରେ । ସେହି କୁମ୍ଭାରଟି ବୋଧହୁଏ ପୁରୁଷାନୁକ୍ରମିକ ପ୍ରଥାର ଏକମାତ୍ର ଅପରିବର୍ତ୍ତିତ ବ୍ୟକ୍ତି।
ଗୋଟିଏ ଦଳ ଗ୍ରାମର ପଛ ପଟେ ଥିବା ଶିବ ମନ୍ଦିର, ଯାହାର ସମ୍ମୁଖ ପାର୍ଶ୍ୱ ଏହି ପ୍ରତିଯୋଗିତା ଉପଲକ୍ଷେ ପରିସ୍କୃତ ହୋଇଅଛି, ସେହି ପଥ ଦେଇ ପ୍ରବେଶ କରିବାକୁ ସ୍ଥିର କରିଛନ୍ତି । ବାରୂଦ ସବୁକୁ ମିଶ୍ରିତ କରାଯାଇ ଭଲଭାବରେ ଗୁଣ୍ଡ ହେଲାପରେ ପ୍ରତିଯୋଗିତା ନିୟମାନୁଯାୟୀ ଚାରି ଇଞ୍ଚ ବ୍ୟାସରେ ସୀମିତ ହୋଇଥିବା ଆବରଣ ଭିତରେ ଦୃଢ ଭାବରେ ରଖାଯାଏ।

ଗୋଟିଏ ପ୍ରତିଦ୍ୱନ୍ଦୀ ଦଳ ଜଣେ ପୁରବନ୍ନାପାରା ବାସିନ୍ଦାଙ୍କର ଜମିରେ ସେମାନଙ୍କର ଆଶ୍ରୟସ୍ଥଳ ସ୍ଥିର କରିଛନ୍ତି

ଏହି ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ପ୍ରତିଯୋଗିତା ପାଇଁ ନାମ ଲିପିବଦ୍ଧ କଲେଣି। ବିଜୟ ପ୍ରାପ୍ତି ପରେ ପ୍ରତିଯୋଗିତାର ସମାପ୍ତି ହେବ

୨୦୧୩ ନଭେମ୍ବର ମାସର ଏହି ରାତ୍ରିରେ ୧୨୪ ଟି ଟ୍ୟୁବ୍ରି ପ୍ରଜ୍ଜ୍ଵଳିତ ହେବ । ଶିବ ମନ୍ଦିର ପଛପଟେ ଆସି ରହିଥିବା ଅନ୍ୟ ଏକ ଦଳ ମଧ୍ୟ ସେଠିକାର ସ୍ଥାନୀୟ ଉଦ୍ୟୋଗପତିଙ୍କ ଦ୍ୱାରା ପ୍ରାୟୋଜିତ କିଛି ହଜାର ଟଙ୍କାର ଉଚ୍ଚ ନଗଦ ପୁରସ୍କାର ନେଇ ଫେରିଯିବେ।
ଗୋଟିଏ ଟ୍ୟୁବ୍ରିକୁ ଆଲୋକିତ କରି ପ୍ରତିଯୋଗିତା ଆରମ୍ଭ ହେବ। ଜଣେ ସ୍ଥାନୀୟ ଯନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଧାତବ ଫ୍ରେମ ମଧ୍ୟରେ ଆତସବାଜି କାର୍ଯ୍ୟକ୍ରମ ହେବ। ଏକ ବୋମା ଆବରଣ ଭିତରେ ଥାଇ ବିସ୍ଫୋରଣ ହେଲେ, ଯାହାକି ଅନେକ ସମୟରେ ହୋଇଥାଏ । (ଦକ୍ଷିଣ) ଦର୍ଶକମାନଙ୍କ ସୁରକ୍ଷା ଦେବାପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ପଡିଆ ଉପର ଆକାଶରେ ଗୋଟିଏ ଟ୍ୟୁବ୍ରି ଉଡୁଅଛି

ଗୋଟିଏ ଘରର ଛାତ ଉପରେ ଏକ ଟ୍ୟୁବ୍ରିକୁ ଆଲୋକିତ କରାଯାଏ ଆତସବାଜିର କ୍ରମ, ଉଚ୍ଚତା ଏବଂ ଅନ୍ୟାନ୍ୟ ଦିଗ ସବୁ ବିଚାର କରାଯାଏ ଆକାଶବାଜିର ବିସ୍ଫୋରଣ ବେଳେ ବ୍ୟବହୃତ କଥା ବା କୋଇଲା ଗୁଣ୍ଡରୁ ନିଜର ମୁଣ୍ଡକୁ ରକ୍ଷା କରିବା ପାଇଁ ସେମାନେ ଟୋପି ବ୍ୟବହାର କରନ୍ତି

ନିମ୍ନରେ ଜଣେ ପିତା ଓ କନ୍ୟା ଉପରେ ଉଡୁଥିବା ଏକ ଟ୍ୟୁବ୍ରିର ଭୟଙ୍କର ଏବଂ କମ୍ପନ ସୃଷ୍ଟି କରୁଥିବା ଉଚ୍ଚନାଦକୁ ଉପଭୋଗ କରୁଛନ୍ତି...

...ଏବଂ ଯେତେବେଳେ କାନ ବଧୀରା ହେବାଭଳି ବିସ୍ପୋରଣ ହୁଏ, ମର୍ମାହତ ଟ୍ୟୁବ୍ରିରୁ ତାଙ୍କ ପାଦରେ ପଡ଼ିଥିବା ଏମ୍ବର୍ସକୁ ଆନନ୍ଦିତ ଦର୍ଶକ ଅଣଦେଖା କରନ୍ତି



ଆନନ୍ଦଦାୟକ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ କାର୍ଯ୍ୟ ସାରିବା ବେଳକୁ ପ୍ରାୟ ଅର୍ଦ୍ଧରାତ୍ରିରୁ ଅଧିକ ସମୟ ହୋଇଯାଇଥାଏ। ଆୟୋଜକମାନଙ୍କ ଏକ ସମୂହ ଫୋଟୋ ଉଠାଇବାପାଇଁ ପୋଜ ନିଅନ୍ତି। ବାହାରୁ ଆସିଥିବା ଦଳ ସବୁ ବହୁ ପୂର୍ବରୁ ସେମାନଙ୍କର ପୁରସ୍କାରକୁ ଗ୍ରହଣ ନକରି ଚାଲି ଯାଇଥିଲେ କାରଣ ବିଳମ୍ବିତ ରାତ୍ରିରେ ଯିବାବେଳେ ସେମାନଙ୍କ ଭଡା ଗାଡିକୁ ଯଦି ପୋଲିସ ଅଟକାଏ ଏବଂ ବିସ୍ଫୋରକ ପଦାର୍ଥ ନେଉଥିବାର ସୂଚନା ପାଏ ତେବେ ସେମାନେ ବହୁ ଅସୁବିଧାରେ ପଡିବେ

ଆରବର୍ଷ ପର୍ଯ୍ୟନ୍ତ
ଅନୁବାଦ: ଓଡ଼ିଶାଲାଇଭ୍